ବିଶ୍ୱ ଶାନ୍ତି ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସଂପର୍କ ଗୁରୁତ୍ୱପୂର୍ଣ୍ଣ

ବିଶ୍ୱ ଶାନ୍ତି ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସଂପର୍କ ଗୁରୁତ୍ୱପୂର୍ଣ୍ଣ

ଦେଶ -ବିଦେଶ ବଡ ଖବର

#ବିଶ୍ୱ_ଶାନ୍ତି_ପାଇଁ_ଭାରତ_ଓ_ୟୁରୋପୀୟ_ସଂଘ_ମଧ୍ୟରେ_ସଂପର୍କ_ଗୁରୁତ୍ୱପୂର୍ଣ୍ଣ      ନୂଆଦିଲ୍ଲୀ : ପଂଚଦଶ ଭାରତ-ୟୁରୋପୀୟ ସଂଘ (ଭର୍ଚୁଆଲ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି ।ସେ କହିଛନ୍ତି ଯେ କୋଭିଡ-୧୯ କାରଣରୁ ମାର୍ଚ୍ଚରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ (ଇଣ୍ଡିଆ-ଇୟୁ ସମ୍ମିଟ)କୁ ସ୍ଥଗିତ କରିବାକୁ ପଡିଥିଲା । ତେବେ ସେ ଯାହା ହେଉ ଭଲକଥା ହେଲା ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ଏକତ୍ର ହୋଇପାରିଛନ୍ତି । ସର୍ବପ୍ରଥମେ ମୁଁ ୟୁରୋପରେ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତି ପାଇଁ ସମବେଦନା ପ୍ରକଟ କରୁଛି । ଆପଣମାନଙ୍କୁ ପ୍ରାରମ୍ଭିକ ମନ୍ତବ୍ୟ ପାଇଁ ଧନ୍ୟବାଦ । ଆପଣମାନଙ୍କ ପରି ମୁଁ ମଧ୍ୟ ଭାରତ ଏବଂ ୟୁରୋପୀୟ ସମୁଦାୟ ମଧ୍ୟରେ ସମ୍ବନ୍ଧକୁ ଅଧିକ ବିସ୍ତୃତ ଓ ନିବିଡ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମକୁ ଏକ ଦୀର୍ଘକାଳୀନ ରଣନୀତି ଗ୍ରହଣ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଏହା ସହିତ ଏକ କାର୍ଯ୍ୟକ୍ରମଭିତିକ କର୍ମସୂଚୀ ପ୍ରସ୍ତୁତ କରିବାକୁ ହେବ; ଯାହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମଗୁଡିକୁ କାର୍ଯ୍ୟକାରୀ କରାଯାଇପାରିବ । ଭାରତ ଏବଂ ୟୁରୋପୀୟ ସମୁଦାୟ ସ୍ୱାଭାବିକ ଅଂଶୀଦାର ଅଟନ୍ତି । ଆମର ଅଂଶୀଦାରୀ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପାଇଁ ଉପଯୋଗୀ ମଧ୍ୟ । ଏହି ବାସ୍ତବିକତା ଆଜି ମଧ୍ୟ ବୈଶ୍ୱିକ ସ୍ଥିତିରେ ଆହୁରି ସ୍ପଷ୍ଟ ହୋଇଯାଇଛି । ଆମେ ଉଭୟ ଗଣତନ୍ତ୍ର, ବହୁଳବାଦ, ସମାବେଶୀତା, ଆନ୍ତର୍ଜାତିକ ପ୍ରତିଷ୍ଠାନ ପ୍ରତି ସମ୍ମାନବୋଧ, ବହୁପକ୍ଷବାଦ, ସ୍ୱାଧୀନତା, ସ୍ୱଚ୍ଛତା ଭଳି ସାର୍ବଜନୀନ ମୂଲ୍ୟବୋଧରେ ଅଂଶୀଦାର ଓ ବିଶ୍ୱାସୀ । କୋଭିଡ-୧୯ ପରେ ଆର୍ôଥକ କ୍ଷେତ୍ରରେ ବୈଶ୍ୱିକ ସ୍ତରରେ ନୂଆ ସମସ୍ୟାମାନ ସୃଷ୍ଟି ହୋଇଛି । ଏଥିପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଆଜି ଆମର ନାଗରିକଙ୍କୁ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଏହି ଦୁଇଟି ଆହ୍ୱାନର ସାମ୍ନା କରିବାକୁ ପଡୁଛି । ଆଇନଭିତ୍ତିକ ଆନ୍ତର୍ଜାତିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି ହେଉଛି । ଏଥିରେ ଭାରତ-ୟୁରୋପୀୟ ସମୁଦାୟ ଅଂଶୀଦାରୀ, ଆର୍ôଥକ ପୁନଃନିର୍ମାଣରେ ଆଉ ଏକ ମାନବ କୈନ୍ଦ୍ରିକ ଏବଂ ମାନବତା କୈନ୍ଦ୍ରିତ, ବିଶ୍ୱାୟନ ବ୍ୟବସ୍ଥା ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ତତ୍?କାଳୀକ ଆହ୍ୱାନ ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଭଳି ଦୀର୍ଘମିଆଦୀ ସମସ୍ୟାକୁ ମଧ୍ୟ ଆମ ଉଭୟଙ୍କ ପାଇଁ ପ୍ରାଥମିକତା ହୋଇଛି ।

ଭାରତରେ ଅକ୍ଷୟଶକ୍ତିର ଉପଯୋଗକୁ ବଢାଇବା ପାଇଁ ଆମ ଉଦ୍ୟମରେ ଆମେ ସମଗ୍ର ୟୁରୋପକୁ ପୁଞ୍ଜିନିବେଶ ଏବଂ ଟେକ୍?ନୋଲଜିର ବିନିଯୋଗ ପାଇଁ ନିମନ୍ତ୍ରଣ କରୁଛୁ । ମୁଁ ଆଶା କରୁଛି ଯେ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ମାଧ୍ୟମରେ ଆମର ସମ୍ବନ୍ଧ ଅଧିକ ନିବିଡ ଓ ବେଗଗାମୀ ହେବ ବୋଲି ସେ କହିଛନ୍ତ